ରାହୁଲଙ୍କ ସହ ବିରୋଧୀ ଦଳଙ୍କ ପ୍ରତିନିଧି ମଣ୍ଡଳଙ୍କୁ ବିମାନ ବନ୍ଦରରୁ ଫେରାଇ ଦେଲେ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିରୋଧୀ ଦଳଙ୍କ ଏକ ପ୍ରତିନିଧି ମଣ୍ଡଳ ଆଜି ଜମ୍ମୁ ଓ କାଶ୍ମୀର ଗସ୍ତ କରିଥିଲେ ମଧ୍ୟ ସେମାନଙ୍କୁ ବିମାନବନ୍ଦରୁ ଫେରାଇ ଦିଆଯାଇଛି । ସେମାନଙ୍କୁ ଜମ୍ମୁ-କାଶ୍ମୀର ଯିବାକୁ ମିଳିଲାନି ଅନୁମତି । ଫେରାଇଦିଅଗଲା ଶ୍ରୀନଗର ବିମାନ ବନ୍ଦରରୁ । ଏହି ଦଳରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ କଂଗ୍ରେସ ବରିଷ୍ଠ ନେତା ଗୁଲାମ ନବୀ ଆଜାଦ, କେ ସି ବେନୁଗୋପାଲ, ଆନନ୍ଦ ଶର୍ମା, ଆନନ୍ଦ ଶର୍ମା, ଡିଏମକେର ତିରୁଛି ଶିବା, ଟିଏମସିର ଦିନେଶ ତ୍ରିବେଦୀ,ସିପିଆଇର ଡି ରାଜା, ଏନସିପିର ମଜିଦ ମେନନ ପ୍ରମୁଖ କିଛିନେତା ଜାମ୍ମୁ-କାଶ୍ମୀର ଗ୍ରସ୍ତ କରିଥିଲେ । ମାତ୍ର ସେମାନଙ୍କୁ ଶ୍ରୀନଗର ବିମାନ ବନ୍ଦରରୁ ଫେରାଇ ଦିଆଯାଇଛି ।

ସୂଚନା ଅନୁଯାୟୀ, କିଛିଦିନ ତଳେ ଜାମ୍ମୁ-କାଶ୍ମୀରର ରାଜ୍ୟପାଳ ସତ୍ୟପାଲ ମଲିକ ରାହୁଲ ଗାନ୍ଧୀଙ୍କୁ କହିଥିଲେ କି, ‘ ୩୭୦ ଧାରା ଉଚ୍ଛେଦ ପରେ ଜାମ୍ମୁ-କାଶ୍ମୀରରେ ଶାନ୍ତି ଅଛି । ମୁଁ ତୁମପାଇଁ ବିମାନ ପଠାଇବି ତୁମେ ଆସି ଥରେ ଜାମ୍ମୁ-କାଶ୍ମୀରରେ ଶାନ୍ତି ଅଛି ନା ନାହିଁ ଦେଖିଯାଅ । ଏହି ନିମନ୍ତ୍ରଣ ରକ୍ଷା କରିବା ପାଇଁ ଆଜି ରାହୁଲଙ୍କ ସହ ୧୦ଜଣିଆ ଏକ ବିରୋଧ ଦଳ ୩୭୦ ଧାରା ଉଚ୍ଛେଦ ଜାମ୍ମୁ-କାଶ୍ମୀର ସ୍ଥିତି ପରଖିବାକୁ ଏହି ଟିମ ବାହାରି ଥିଲେ ।

ଅପରପକ୍ଷରେ ରାହୁଲଙ୍କ ଏହି ଗସ୍ତ କାର୍ଯ୍ୟକ୍ରମ ଖବର ପ୍ରକାଶ ପରେ ଜମ୍ମୁ-କାଶ୍ମୀର ପ୍ରଶାସନ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ବର୍ତ୍ତମାନ ସମୟରେ ରାଜନୈତିକ ଦଳ ନେତାମାନେ ସେଠାକୁ ଗସ୍ତ ନକରିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି । ଶାନ୍ତି ଓ ସ୍ଥିରତା ଫେରାଇ ଆଣିବା ପାଇଁ ଚାଲିଥିବା ଉଦ୍ୟମରେ ଏହା ବାଧା ସୃଷ୍ଟି କରିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

ସେହିପରି ପୂର୍ବରୁ ମଧ୍ୟ ଦୁଇଥର କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କୁ ବିମାନବନ୍ଦରରୁ ଫେରାଇ ଦିଆଯାଇଥିଲା । ଆଜିର ଘଟଣା ପରେ ଗୁଲାମ ନବୀ ଆଜାଦ ନିଜ ଟ୍ୱିଟରେ କହିଛନ୍ତି ଯଦି ଜମ୍ମୁ-କାଶ୍ମୀରରେ ସବୁକିଛି ଠିକ ଅଛି ତେବେ ନେତାଙ୍କୁ କାହିଁକି ଫେରାଇ ଦିଆଯାଉଛି । ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଓ ଓମାର ଅବଦୁଲ୍ଲା କାହିଁକି ଗୃହବନ୍ଦୀ ଅଛନ୍ତି ।

Leave A Reply

Your email address will not be published.