ଧୋନି କ୍ରିକେଟ୍ ଛାଡ଼ି ରାଞ୍ଚି ଆସନ୍ତୁ ବୋଲି କହିଲେ ବାପା ମା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କ୍ରିକେଟ ବିଶ୍ୱକପ ଶେଷ ହୋଇଥିବା ବେଳେ ଏବେ କ୍ୟାପଟେନ୍ କୁଲ୍ ତଥା ବେଷ୍ଟ ଓ୍ବିକେଟକିପର ଆଖ୍ୟା ପାଇଥିବା ମହେନ୍ଦ୍ର ସିଂ ଧୋନିଙ୍କ ଅବସର ନେଇ ଜୋରଦାର ଆଲୋଚନା ହେଉଛି । ଏଥର ପୂରା ବିଶ୍ୱକପ୍‌ରେ ସମସ୍ତଙ୍କ ନଜର ଧୋନିଙ୍କ ଉପରେ ଥିଲା । ଭାରତର ସମସ୍ତ ମଧ୍ୟମକ୍ରମ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଧୋନି ସର୍ବାଧିକ ସ୍କୋର କରିଥିଲେ । ତଥାପି ତାଙ୍କର ବ୍ୟାଟିଂ ଉପରେ ଅନେକ ପ୍ରଶ୍ନ ଉଠିଛି । ଏହା ପରେ ଧୋନି ଅବସର ନେବେ ବୋଲି ଚର୍ଚ୍ଚା ହେଉଛି ।
ସେହିପରି ଆସନ୍ତା ୱେଷ୍ଟଇଣ୍ଡିଜ୍ ଗସ୍ତ ନେଇ ତାଙ୍କୁ ଟିମ୍‌ରେ ସାମିଲ କରାଯିବ ନା ନାହିଁ, ସେ ନେଇ ବି ଖୁବ୍ ଆଲୋଚନା ଚାଲିଛି । ଟିମ୍ ଇଣ୍ଡିଆର ୱେଷ୍ଟଇଣ୍ଡିଜ୍ ଗସ୍ତ ନେଇ ଜୁଲାଇ ୧୯ ତାରିଖରେ ଚୟନ କମିଟି ବୈଠକ ବସୁଥିବା ବେଳେ ଏ ନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଧୋନିଙ୍କ ମା’ ବାପା । ସେମାନେ କହିଛନ୍ତି, ଧୋନି କ୍ରିକେଟ୍ ଛାଡ଼ି ଦିଅନ୍ତୁ ଓ ସେମାନଙ୍କ ସହିତ ଯାଇ ରାଞ୍ଚିରେ ରୁହନ୍ତୁ । ଧୋନିଙ୍କ ପିଲା ବେଳର କୋଚ୍ କେଶବ ବାନାର୍ଜୀ ଏହି ସୂଚନା ଦେଇଛନ୍ତି ।

ଅନ୍ୟପଟେ ୩୮ ବର୍ଷୀୟ ଧୋନି ଯୁବ ଖେଳାଳିଙ୍କ ଲାଗି ବାଟ ଛାଡ଼ିବା ଉଚିତ ବୋଲି କେତେକ ପୂର୍ବତନ ଖେଳାଳି ମତ ଦେଇଛନ୍ତି । 

Leave A Reply

Your email address will not be published.