ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ କ୍ୟାମେରା, ୮ ଜଣ ଅଟକ

0 201


ଓଡିଶା ଫାଷ୍ଟ(ବ୍ୟୁରୋ): ପୁରୀ ଶ୍ରୀମନ୍ଦିର ଉପରେ ପୁଣିଥରେ ଡ୍ରୋନ କ୍ୟାମେରା ଉଡୁଥିବା ଦେଖିବାକୁ ମିଳିଥିଲା । ଏହି ଡ୍ରୋନ କ୍ୟାମେରାଟିକୁ ଏମାର ମଠ ଉପରୁ ପରିଚାଳନା କରାଯାଉଥିଲା । ୮ ଜଣ ବଙ୍ଗୀୟ ପର୍ଯ୍ୟଟକ ଏହାକୁ ଉଡୁଥିବାରୁ ପୋଲିସ ସେମାନଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ।

ସୂଚନା ଅନୁଯାୟୀ, ପୁରୀ ଶ୍ରୀମନ୍ଦିର ର ସୁରକ୍ଷା ଦୃଷ୍ଟିରୁ ଶ୍ରୀମନ୍ଦିର ଉପରେ ଡ୍ରୋନ କ୍ୟାମେରା ଉଡାଇବା ବ୍ୟାନ ହୋଇଛି । ମାତ୍ର ଆଜି ୮ ଜଣ ବଙ୍ଗୀୟ ପର୍ଯ୍ୟଟକ ଏମାର ମଠ ଉପରୁ ଡ୍ରୋନ କ୍ୟାମେରା ସାହାଯ୍ୟରେ ଜଗନ୍ନାଥ ମନ୍ଦିରର ଫଟୋ ଉଠାଉ ଥିଲେ । ଶ୍ରୀମନ୍ଦିର ପୋଲିସ ଏହି ଡ୍ରୋନ କ୍ୟାମେରାକୁ ଜବତ କରିବା ସହ ଏହାକୁ ପରିଚାଳନା କରୁଥିବା ୮ଜଣ ବଙ୍ଗୀୟ ପର୍ଯ୍ୟଟକଙ୍କୁ ଅଟକ ରଖି ତଦନ୍ତ ଚଳାଇଛି । ତଦନ୍ତ ସମସ୍ୟାରେ ଏଥିପାଇଁ ସେମାନେ ଅନୁମତି ଆଣିଥିବା ପୋଲିସ ଆଗରେ କହିଛନ୍ତି । ଏହିପରି ବାରମ୍ବାର ଘଟିବା ଦ୍ୱାରା ଶ୍ରୀମନ୍ଦିର ର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠୁଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.