ନିରଞ୍ଜନ ଯେଉଁଆଡ଼େ ଯିବେ ହେବ ଅଣ୍ଡାମାଡ : ଇତିଶ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ ଏନଏସୟୁଆଇ ଆବାହକ ତଥା ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନଙ୍କୁ ଗତକାଲି ନିଲମ୍ବନ କରାଯିବା ପରେ ଆଜି କଂଗ୍ରେସ ଭବନକୁ ଆସି ଇତିଶ ନିଜ ପ୍ରତିକ୍ରିୟା ରଖି କହିଥିଲେ ନିରଞ୍ଜନ ଯେଉଁଆଡ଼େ ଯିବେ ତାଙ୍କୁ ଅଣ୍ଡାମାଡ଼ କରାଯିବ । ସେ କହିଛନ୍ତି, ଏ ନିଲମ୍ବନକୁ ମୁଁ ଗ୍ରହଣ କରୁନାହିଁ । ମୋ ନିଲମ୍ବନ ବିଷୟରେ ଏନଏସୟୁଆଇ ସଭାପତି ଜାଣିନାହାନ୍ତି । ମୋତେ ଛାତ୍ର କଂଗ୍ରେସରୁ ନିଲମ୍ବନ କରାଯାଇଛି, କଂଗ୍ରେସରୁ ନୁହେଁ । ଏହା ବିରୁଦ୍ଧରେ ଶହେରୁ ଉର୍ଦ୍ଧ୍ବ ଯୁବ ଓ ଛାତ୍ର ଏଆଇସିସି ଅଫିସ ଆଗରେ ଧାରଣା ଦେବେ ଓ ଶାସକ ଦଳ ସହ ହାତ ମିଶାଇ ଯେଉଁମାନେ ରାଜ୍ୟ କଂଗ୍ରେସକୁ ତଳିତଳାନ୍ତ କରିଛନ୍ତି ସେମାନଙ୍କ ମୁଖା ଖୋଲାଯିବ । ଇତୀଶ କହିଛନ୍ତି, ମୁଁ କଂଗ୍ରେସ ଦଳକୁ ବହୁତ ଭଲ ପାଏ । କଂଗ୍ରେସ ମୋ’ ପରିବାର । ମୁଁ କଂଗ୍ରେସ ବିରୋଧରେ କେବେ କିଛି କହି ନାହିଁ । ମୁଁ ବ୍ୟକ୍ତିବିଶେଷଙ୍କ ଉପରେ କହିଥିଲି । କଂଗ୍ରେସର ବିଚାରଧାରା ସହ ଜଡ଼ିତ ହୋଇ ମୁଁ ରାଜନୀତି କରୁଛି । ଆଗକୁ ମଧ୍ୟ କରିବି । ସମସ୍ତ କଂଗ୍ରେସ ଲୋକଙ୍କ ପ୍ରତି ମୋର ସମ୍ମାନ ରହିଛି ।

ଅପରପକ୍ଷରେ, ପୁର୍ବତନ ପିସିସି ମୁଖପାତ୍ର ପଦ୍ମାକର ଗୁରୁ ଇତିଶଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି କହିଥିଲେ, ଇତିଶଙ୍କ ନିଲମ୍ବନ ବୈଧ, ଯିଏ ବିଶୃଙ୍ଖଳା କରିବ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ପସିସି ସଭାପତିଙ୍କ ଉପରକୁ ଅଣ୍ଡା ମାଡର ଉଚିତ ଜବାବ ଦେବେ କଂଗ୍ରେସ କର୍ମୀ ।

Leave A Reply

Your email address will not be published.