ପଞ୍ଚଦଶ ଅର୍ଥ କମିଶନଙ୍କ ୪ଦିନିଆ ଓଡ଼ିଶା ଗସ୍ତ

0 321

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଏନ.କେ ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ ପଞ୍ଚଦଶ ଅର୍ଥ କମିଶନ ଆଜିଠାରୁ ୪ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚବା ପରେ ଶ୍ରୀ ସିଂହ କହିଛନ୍ତି ଆର୍ଥିକ ଦୃଷ୍ଟିରୁ ଓଡ଼ିଶା ପଛରେ ପଡ଼ିଥିବା କୁହାଯାଇନପାରେ । ଏଠାରେ ପର୍ଯ୍ୟାପ୍ତ ସୁବିଧା ସୁଯୋଗ ଥିବା ବେଳେ ରାଜ୍ୟରେ ଆର୍ଥିକ ସ୍ଥିତିର ଉନ୍ନତି ପାଇଁ ବିଚାରବିମର୍ଶ କରାଯିବ । କୃଷି ଋଣ ଛାଡ଼ କରିବା ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ ବୋଲି କହିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ପ୍ରେସ ରିଲିଜ ଅନୁସାରେ ଜାନୁଆରୀ ୮ ଓ ୯ ତାରିଖରେ ପଞ୍ଚଦଶ ଅର୍ଥ କମିଶନ ଅଧ୍ୟକ୍ଷ ଶ୍ରୀ ସିଂହ ମୁଖ୍ୟମନ୍ତ୍ରୀ, କ୍ୟାବିନେଟ ମନ୍ତ୍ରୀ, ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ, ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି, ସହରାଞ୍ଚଳ ଓ ଗ୍ରାମାଞ୍ଚଳ ସ୍ୱାୟତ୍ତ ସଂସ୍ଥାର ପ୍ରତିନିଧି ଓ ବାଣିଜ୍ୟ ବ୍ୟବସାୟ ପ୍ରତିଷ୍ଠାନର ପ୍ରତିନିଧିମାନଙ୍କ ସହ ରାଜ୍ୟର ଆର୍ଥିକ ସ୍ଥିତି ଓ ବିକାଶ ପ୍ରସଙ୍ଗରେ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.