ପ୍ରଥମ ଦିନରେ ୨୦.୨୫କୋଟି ଆୟ କରିଛି ୨.୦

0 636

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସାଉଥ ସୁପରଷ୍ଟାର ରଜନୀକାନ୍ତ ଓ ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଷ୍ଟାରକାଷ୍ଟରେ ରିଲିଜ ହୋଇଛି ବହୁ ପ୍ରତିକ୍ଷିତ ଫିଲ୍ମ ‘୨.୦’। ବ୍ୟୟବହୁଳ ଏହି ଫିଲ୍ମ ପ୍ରଥମ ଦିନରେ ୨୦.୨୫କୋଟି ଟଙ୍କା ଆୟ କରିଛି । ଛୁଟିଦିନ ଅବା କୌଣସି ଉତ୍ସବ ଅବସରରେ ରିଲିଜ ନ ହୋଇ ମଧ୍ୟ ଫିଲ୍ମଟି ଭଲ ବିଜ୍‌ନେସ କରିଛି ବୋଲି ଟୁଇଟ କରିଛନ୍ତି ଫିଲ୍ମ ସମୀକ୍ଷକ ତରଣ ଆଦର୍ଶ ।

ପାଖାପାଖି ୬୦୦ କୋଟି ଟଙ୍କାରେ ର୍ନିମିତ ଏହି ଫିଲ୍ମଟି ପ୍ରି ରିଲିଜ ବିଜନେସରେ ୧୦୦କୋଟିର ଊର୍ଦ୍ଧ୍ୱ କମାଇଥିଲା । ୨୦୧୦ରେ ରିଲିଜ ହୋଇଥିବା ଫିଲ୍ମ ରୋବର୍ଟର ଏହା ଦ୍ୱିତୀୟ ପାର୍ଟ । ଫିଲ୍ମରେ ସାଉଥ ସୁପରଷ୍ଟାର୍‌ ରଜନୀକାନ୍ତ ଏଥିରେ ଲିଡ ରୋଲରେ ଅଛନ୍ତି । କିନ୍ତୁ ଫିଲ୍ମରେ ଅକ୍ଷୟ କୁମାରଙ୍କୁ ଖଳନାୟକ ଭୂମିକାକୁ ଦେଖିବାକୁ ମିଳିବ । ଅକ୍ଷୟ ଓ ରଜନୀକାନ୍ତଙ୍କ ବ୍ୟତିତ ଫିଲ୍ମରେ ଆମି ଜାକ୍ସନ ନଜର ଆସିଛନ୍ତି ।

Leave A Reply

Your email address will not be published.