ଇହଧାମ ତ୍ୟାଗକଲେ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ପରଲୋକ । ସେ ଅନେକ ଦିନ ଧରି ଅସୁସ୍ଥ ହୋଇ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିଲେ । ଜେଟଲିଙ୍କ ଶେଷ ନିଶ୍ୱାସ ତ୍ୟାଗ ବେଳକୁ ତାଙ୍କୁ ୬୬ବର୍ଷ ହୋଇଥିଲା । ତାଙ୍କ ନିଧନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା, ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ପ୍ରମୁଖ ଗଭୀର ଦୁଃଖ ପ୍ରକାଶ କରିବା ସହ ଶୋକ ସନ୍ତାପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।

ସୂଚନା ଅନୁଯାୟୀ, ୨୮ଡିସେମ୍ବର ୧୯୫୨ରେ ଜନ୍ମିତ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ନିଃଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ଗତ ୯ ତାରିଖ ପୂର୍ବାହ୍ନ ୧୧ଟା ବେଳେ ତାଙ୍କୁ ଦିଲ୍ଲୀସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏକ ଡାକ୍ତରୀ ଟିମ ଗଠନ କରାଯାଇ ଶ୍ରୀ ଜେଟଲୀଙ୍କ ଚିକିତ୍ସା ଆରମ୍ଭ କରାଯାଇଥିଲା । ଶ୍ରୀ ଜେଟଲୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ସେଠାରେ ଲାଇଫ୍ ସପୋର୍ଟ ସିଷ୍ଟମ୍‌ରେ ରଖାଯାଇଥିଲା । ମାତ୍ର ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉର୍ଣ୍ଣତ୍ତି ପରିଲକ୍ଷିତ ହେଇନଥିଲା ।

ଅରୁଣ ଜେଟଲି ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ସେ କିଡନି ସଂକ୍ରାନ୍ତ ଗୁରୁତର ସ୍ବାସ୍ଥ୍ୟ ସମସ୍ୟାରେ ପୀଡ଼ିତ ଥିଲେ । ମେ’ ୨୦୧୮ରେ ସେ ୩ ମାସ ପାଇଁ ଆମେରିକା ଯାଇ କିଡନି ପ୍ରତିରୋପଣ ଅସ୍ତ୍ରୋପଚାର କରାଇଥିଲେ । ଏହା ବ୍ୟତୀତ ସେ କ୍ୟାନସର ରୋଗରେ ମଧ୍ୟ ପିଡ଼ିତ ଥିଲେ । ଏଥିପାଇଁ ସେ ଜାନୁଆରୀ ୨୦୧୯ରେ ଆମେରିକା ଯାଇ ସେଠାରେ ଚିକିତ୍ସିତ ହୋଇଥିଲେ ମଧ୍ୟ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନଥିଲେ । ବିଜେପି ନେତ୍ରୀ ସ୍ୱର୍ଗତ ସୁଷମାଙ୍କ ନିଧନ ପରେ ଶ୍ରୀ ଜେଟଲିଙ୍କ ଦେହାନ୍ତ ବିଜେପି ରାଜନୈତିକ ମହଲରେ ଦୁଃଖର ବାତାବରଣ ସୃଷ୍ଟି ହୋଇଛି ।

୧୯୯୦ରେ ଶ୍ରୀ ଜେଟଲି ଦିଲ୍ଲୀ ହାଇକୋର୍ଟର ବରିଷ୍ଠ ଓକିଲ ଭାବେ ପରିଗଣିତ ହେଇଥିଲେ । ଏହାର ପରବର୍ତ୍ତୀ ସମୟ ଅର୍ଥାତ ୧୯୯୧ ସେ ବିଜେପିରେ ଯୋଗଦାନ କରିଥିଲେ । ମୋଦିଙ୍କ ପ୍ରଥମ ସରକାର ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ଶ୍ରୀ ଜେଟଲି ଦୁଇ ପ୍ରମୁଖ ମନ୍ତ୍ରଣାଳୟ ଯଥା ଅର୍ଥ ଓ ପ୍ରତିରକ୍ଷା ବିଭାଗର ମନ୍ତ୍ରୀ ହୋଇଥିଲେ । ଏଥିସହିତ ୨୦୧୪ରୁ ୨୦୧୬ ଯାଏ ସେ କେନ୍ଦ୍ର ସୂଚନା ଓ ଲୋକସମ୍ପର୍କ ବିଭାଗର ମନ୍ତ୍ରୀ ହୋଇଥିଲେ। ଅସୁସ୍ଥତା କାରଣରୁ ଏଥର ନିର୍ବାଚନ ପରେ ସେ କୌଣସି ମନ୍ତ୍ରୀପଦ ନେବାକୁ ମନାକରି ଦେଇଥିଲେ ।

Leave A Reply

Your email address will not be published.