ନିଗମବୋଧ ଘାଟରେ ହେଲା ଅରୁଣଙ୍କର ଅନ୍ତିମ ସଂସ୍କାର

0

ଓଡିଶା ଫାଷ୍ଟ(ବ୍ୟୁରୋ): ଦିଲ୍ଲୀ ନିଗମବୋଧ ଘାଟରେ ଆଜି ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କର ଅନ୍ତିମ ସଂସ୍କାର କରାଯାଇଛି । ପୁଅ ରୋହନ ଜେଟଲି ମୁଖାଗ୍ନି ଦେଇଛନ୍ତି । ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅରୁଣଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଛି ।

ସୂଚନା ଅନୁଯାୟୀ, ଆଜି ସକାଳ ୧୦ଟାରେ ଅରୁଣଙ୍କ ମରଶରୀରକୁ ତାଙ୍କ ଘରୁ ବିଜେପି ମୁଖ୍ୟ କାର୍ଯ୍ୟାଳୟକୁ ଅଣାଯାଇଥିଲା । ଦଳୀୟ କର୍ମୀ ଓ ନେତାମାନେ ସ୍ବର୍ଗତ ଅରୁଣଙ୍କ ମରଶରୀରରେ ଶେଷ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଏହାପରେ ତାଙ୍କ ଅନ୍ତିମ ସଂସ୍କାର ଯାତ୍ରା ଆରମ୍ଭ ହୋଇଥିଲା । ଦିଲ୍ଲୀ ନିଗମବୋଧ ଘାଟରେ ଅରୁଣଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା । ଅରୁଣଙ୍କ ଅନ୍ତିମ ଯାତ୍ରାରେ ଗୃହମନ୍ତ୍ରୀ ଅମିତ ଶାହା, ରାଜନାଥ ସିଂ ପ୍ରମୁଖ ନେତାଙ୍କ ସହ ବାବା ରାମଦେବ ଓ କିଛି ପୂର୍ବତନ କ୍ରିକେଟର ସାମିଲ ହୋଇଥିଲେ ।

Leave A Reply

Your email address will not be published.