ଗୋଲ୍‌ଡେନ ବାବାଙ୍କ ଟଙ୍କା ଯାଇଛି ନେତାଙ୍କ ଆକାଉଣ୍ଟକୁ, ଲାଗିଛି ଫିଲ୍ମରେ

0 751

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଠକେଇ ମାମଲାରେ ଗିରଫ ହୋଇଥିବା ଗୋଲଡେନ୍‌ ବାବା ଓରଫ ଜ୍ୟୋତିରଞ୍ଜନ ବେଉରାଙ୍କ କଳା କାରନାମା ଧୀରେ ଧୀରେ ପଦାକୁ ଆସୁଛି । ବାବା ଠକେଇରୁ କମାଇଥିବା କୋଟି କୋଟି ଟଙ୍କା ଫିଲ୍ମ ଓ ସଉକ୍‌ରେ ଖର୍ଚ୍ଚ କରିଥିବା କ୍ରାଇମବ୍ରାଞ୍ଚ ରିମାଣ୍ଡ ସମୟରେ ଜାଣିବାକୁ ପାଇଛି । ଏପରିକି କେତେଜଣ ନେତାଙ୍କ ଆକାଉଣ୍ଟକୁ ବାବା ଟଙ୍କା ପଠାଇଥିବା ଜଣାପଡିଛି । ବାବା କାହାଠାରୁ ଟଙ୍କା ଠକି ନେତାଙ୍କୁ ଟଙ୍କା ଦେଇଛନ୍ତି ସେନେଇ ଇଓଡବ୍ଲ୍ୟୁ ଅଧିକାରୀମାନେ ଏକ ଚିଠା ପ୍ରସ୍ତୁତ କରିଛନ୍ତି । ରବିବାର ରିମାଣ୍ଡ ଶେଷ ପରେ ବାବାଙ୍କୁ କୋର୍ଟରେ ହାଜର କରାଯାଇଥିଲା । ପରେ ତାଙ୍କୁ ଝାରପଡା ଜେଲ ପଠାଇ ଦିଆଯାଇଛି ।

ସୂଚନା ଅନୁଯାୟୀ, ବାବାଙ୍କର ପଟିଆ ଅଞ୍ଚଳରେ ଥିବା ଦୁଇଟି ଘରେ ଏକ ଅଣ୍ଡରଗ୍ରାଉଣ୍ଡ ରୁମ୍‌ ରହିଥିବା ଜାଣିବାକୁ ପାଇଛି ଇଓଡବ୍ଲ୍ୟୁ‌ । ଅନ୍ୟପଟେ ବାବା ପିନ୍ଧୁଥିବା ସୁନା ଓ ବ୍ୟବହାର କରୁଥିବା ଦାମୀ କାରଗୁଡିକ ଗିରଫ ହେବା ପୂର୍ବରୁ ତାଙ୍କ ସହଯୋଗୀଙ୍କୁ ଦେଇଦେଇଥିବା କୁହାଯାଉଛି । ତେଣୁ ଖୁବ୍‌ଶୀଘ୍ର ଇଓଡବ୍ଲ୍ୟୁ ବାବାଙ୍କ ସହଯୋଗୀଙ୍କ ଘରେ ଚଢାଉ କରିବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି‌ ।

Leave A Reply

Your email address will not be published.