ହକି ପୁରୁଷ ବିଶ୍ୱକପ୍‌ କ୍ୱାର୍ଟର ଫାଇନାଲ୍‌ରେ ଟିମ୍‌ ଇଣ୍ଡିଆ

0 676


ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଲଳିତ ଉପାଧ୍ୟାୟ ଓ ଓଡ଼ିଆ ତାରକା ଅମିତ ରୋହିଦାସଙ୍କ ଚମତ୍କାର ଗୋଲ ବଳରେ ହକି ପୁରୁଷ ବିଶ୍ୱକପ୍‌ କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛି ଟିମ୍‌ ଇଣ୍ଡିଆ । ଶନିବାର କଳିଙ୍ଗ ଷ୍ଟାଡିୟମରେ ଗ୍ରୁପ୍‌ ସି’ର ଶେଷ ଲିଗ୍‌ ମ୍ୟାଚ୍‌ରେ ଟିମ୍‌ ଇଣ୍ତିଆ ପ୍ରତିପକ୍ଷ କାନାଡାକୁ ୫-୧ ଗୋଲରେ ହରାଇ ଦେଇଛି । ଏଥିସହ ଭାରତ ଏହି ଗ୍ରୁପରୁ ସିଧସଳଖ କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛି । ଦଳ ପକ୍ଷରୁ ହରମନପ୍ରୀତ ସିଂହ, ଚିଙ୍ଗଲେନସାନା, ଅମିତ ରୋହିଦାସ ଗୋଟିଏ ଲେଖାଏ ଗୋଲ ଦେଇଥିବା ବେଳେ ଲଳିତ ଉପାଧ୍ୟାୟ ୨ଟି ଫିଲ୍ଡ ଗୋଲ କରିଛନ୍ତି । ତେବେ କାନାଡା ଗୋଲ ପରିଶୋଧ କରିବାକୁ ବାରମ୍ବାର ଉଦ୍ୟମ କରିଥିଲେ ହେଁ ଟିମ୍‌ ଇଣ୍ଡିଆ ଏହାକୁ ଅଟକାଇ ଦେଇଥିଲା । ଦ୍ୱିତୀୟ କ୍ୱାର୍ଟରରେ ଭାରତ ପାଇଁ ଗୋଲ କରିବାର ସୁଯୋଗ ସୃଷ୍ଟି ହୋଇଥିଲେ ହେଁ ଦଳ ଏଥିରେ ସଫଳ ହୋଇ ନଥିଲା ।


ରବିବାର ପୁଲ୍‌ ପର୍ଯ୍ୟାୟର ଅନ୍ତିମ ଦୁଇଟି ମ୍ୟାଚ୍‌ ଖେଳାଯିବ । ପୁଲ୍‌ ଡି’ରେ ଏହି ଦୁଇଟି ମ୍ୟାଚ୍‌ର ଫଳାଫଳ କେଉଁ ଦଳ କ୍ୱାର୍ଟର ଫାଇନାଲକୁ ଯିବ ଓ କେଉଁ ଦଳ କ୍ରସ୍‌ଓଭର ପାଇଁ ଯୋଗ୍ୟତା ହାସଲ କରିବ ସେ ନେଇ ସ୍ଥିତି ସ୍ପଷ୍ଟ କରିବ । ପ୍ରଥମ ମ୍ୟାଚ୍‌ରେ ପୁଲ୍‌ର ଶୀର୍ଷସ୍ଥାନ ହାସଲ କରିଥିବା ଜର୍ମାନୀ ଓ ପଏଣ୍ଟ ତାଲିକାର ନିମ୍ନରେ ଥିବା ମାଲେସିଆ ପରସ୍ପରକୁ ଭେଟିବ।

Leave A Reply

Your email address will not be published.