ଜଷ୍ଟିସ୍‌ ବି.ପି ଦାସ ଓଏଚଆର୍‌ସି ଅଧ୍ୟକ୍ଷ ନିଯୁକ୍ତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜଷ୍ଟିସ୍‌ ବି.ପି ଦାସ ଓଏଚଆର୍‌ସି ଅଧ୍ୟକ୍ଷ ନିଯୁକ୍ତ । ଜଷ୍ଟିସ ବିମଳ ପ୍ରସାଦ ଦାସଙ୍କୁ ରାଜ୍ୟ ମାନବାଧିକାର କମିଶନ (ଓଏଚଆର୍‌ସି) ଅଧ୍ୟକ୍ଷ ଭାବେ ଗୁରୁବାର ନିଯୁକ୍ତି ଦିଆଯାଇଛି । ସୋମବାର ସାରେ ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ ମାନବାଧିକାର କମିଶନ ଅଧ୍ୟକ୍ଷ ଓ ସଦସ୍ୟ ପଦ ପାଇଁ ଚୟନ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ସେଠାରେ ଜଷ୍ଟିସ୍‌ ଦାସଙ୍କୁ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ରାଜ୍ୟପାଳ ଗଣେଶୀ ଲାଲ୍‌ଙ୍କ ଅନୁମୋଦନ କ୍ରମେ ତାଙ୍କୁ ନିଯୁକ୍ତି ମିଳିଛି । ସେହିପରି ହାଇକୋର୍ଟର ସିନିୟର ଆଡଭୋକେଟ୍‌ ଅସିତ୍‌ ଅମିତାଭ ଦାସଙ୍କୁ ଓଏଚ୍‌ଆର୍‌ସି ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି ।

ସୂଚନା ଅନୁଯାୟୀ, ପୂର୍ବରୁ ଜଷ୍ଟିସ ଦାସ ପୁରୀ ଶ୍ରୀମନ୍ଦିର ସଂସ୍କାର କମିଶନର ଜଣିକିଆ ଅଧ୍ୟକ୍ଷ ଥିଲେ । ତାଙ୍କ ସୁପାରିସ ଅନୁଯାୟୀ, ଶ୍ରୀମନ୍ଦିର ସୁରକ୍ଷା ଓ ଭକ୍ତଙ୍କ ସୁବିଧା ନିମନ୍ତେ ସରକାର ମନ୍ଦିର ଚତୁଃପାର୍ଶ୍ୱରୁ ର୍ନିମାଣ ଉଚ୍ଛେଦ କରିବା କାର୍ଯ୍ୟ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.