ବଢ଼ିଲା ଶ୍ରମିକ ଙ୍କ ଦୈନିକ ମଜୁରି

0 346

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ ସରକାର ତିନି ବର୍ଷ ପରେ ଶ୍ରମିକଙ୍କ ଦୈନିକ ମଜୁରି ହାରରେ ସଂଶୋଧନ କରିଛନ୍ତି । ଉଚ୍ଚ କୁଶଳୀ ଶ୍ରମିକଙ୍କ ମଜୁରୀ ୨୬୦ ରୁ ୪୩୦ ଟଙ୍କା, କୁଶଳୀଙ୍କ ମଜୁରୀ ୨୪୦ ରୁ ୩୭୦ ଟଙ୍କା, ଅର୍ଦ୍ଧକୁଶଳୀଙ୍କ ମଜୁରୀ ୨୨୦ରୁ ୩୨୦ ଟଙ୍କା ଓ ଅଣକୁଶଳୀ ଶ୍ରମିକଙ୍କ ମଜୁରୀ ୨୦୦ରୁ ୨୮୦ ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର ।

ଆଜି ଓଡ଼ିଶା ସରକାରଙ୍କ ତରଫରୁ ସାରା ରାଜ୍ୟ ପାଇଁ ସର୍ବନିମ୍ନ ମଜୁରୀ ହାର ସଂଶୋଧନ ବିଜ୍ଞାପନକୁ ଗେଜେଟରେ ପ୍ରକାଶ କରାଗଲା । ରାଜ୍ୟରେ କାର୍ଯ୍ୟରତ ଶ୍ରମିକଙ୍କ ଆର୍ଥିକ ମେରୁଦଣ୍ଡକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଏପରି ପଦକ୍ଷେପ ନେଇଥିବା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.