ଜନଶୁଣାଣି କରି ଜନତାଙ୍କ ମନ ଜିଣୁଛନ୍ତି ମନ୍ତ୍ରୀ ଅରୁଣ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫ମ ପାଳି ସରକାରରେ ସବୁଠାରୁ ଅଧିକ ଜନତାଙ୍କ ସହ ସୁସମ୍ପର୍କ ସ୍ଥାପନ କରିବାକୁ ଉଦ୍ୟମ କରୁଛନ୍ତି ଉଚ୍ଚଶିକ୍ଷା ଓ କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ । ଜନଶୁଣାଣି କରି ଜନତାଙ୍କ ମନ ଜିଣୁଛନ୍ତି ମନ୍ତ୍ରୀ ଅରୁଣ ।

ସୂଚନା ଅନୁଯାୟୀ, ଉଚ୍ଚଶିକ୍ଷା ଓ କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ ନୟାଗଡ଼ ବସଷ୍ଟାଣ୍ଡଠାରେ ଆଜି ସକାଳେ ଜନଶୁଣାଣି ସମାବେଶ କରିଛନ୍ତି । ଏହି ସମାବେଶରେ ପ୍ରାୟ ୬୦୦ରୁ ଉର୍ଦ୍ଧ ସ୍ଥାନୀୟ ବାସିନ୍ଦା ସାମିଲ ହେବା ସହ ନିଜ ନିଜ ସମସ୍ୟା ମନ୍ତ୍ରୀଙ୍କ ଆଗରେ ବଖାଣିଥିଲେ । ସେମାନଙ୍କ ସମସ୍ତ ସମସ୍ୟା ସମ୍ୱନ୍ଧରେ ଶୁଣିବା ପରେ ଏହାର ସମାଧାନର ବାଟକାଢ଼ିବାକୁ ପ୍ରୟାସ କରିଥିଲେ ମନ୍ତ୍ରୀ ଅରୁଣ ସାହୁ । ବର୍ତ୍ତମାନ ପର୍ଯ୍ୟନ୍ତ ସେ ରାଜ୍ୟର ପ୍ରଥମ ମନ୍ତ୍ରୀ ଯେକି ନିଜ ଅଞ୍ଚଳରେ ପ୍ରତିମାସରେ ଏଭଳି ସର୍ବସାଧାରଣ ସ୍ଥାନରେ ନିଜ ଅଞ୍ଚଳବାସୀଙ୍କ ହାନିଲାଭ ବୁଝିବା ପାଇଁ ଜନଶୁଣାଣି ପରି କାର୍ଯ୍ୟକ୍ରମ କରୁଛନ୍ତି । ପ୍ରତିମାସରେ ଦୁଇଦିନ ଗୋଟିଏ ଦିନ ନୟାଗଡ଼ରେ ଓ ଅନ୍ୟ ଦିନ ଓଡ଼ଗାଁରେ ଏଭଳି ଜନଶୁଣାଣି କରିବାର ସଂକଳ୍ପ ନେଇଛନ୍ତି ଶ୍ରୀ ସାହୁ । ସ୍ଥାନୀୟ ବାସିନ୍ଦା ମଧ୍ୟ ଖୁବ ବିଶ୍ୱାସର ସହ ନିଜ ସମସ୍ୟା ମନ୍ତ୍ରୀଙ୍କ ସହ ଆଲୋଚନା କରୁଥିବା ଦେଖିବାକୁ ମିଳୁଛି ।

ମୁଖ୍ୟମନ୍ତ୍ରୀ ନିଜ ୫ମ ପାଳି ମନ୍ତ୍ରୀମାନଙ୍କୁ ଜନତାର ନିକଟତର ହେବାସହ ସେମାନଙ୍କ ସମସ୍ୟା ବୁଝିବା ଓ ତାର ସମାଧାନର ଉପାୟ କରିବାକୁ ଦେଇଥିଲେ ଗୁରୁମନ୍ତ୍ର । ଏହି ଗୁରୁମନ୍ତ୍ରକୁ ଅକ୍ଷରେ ଅକ୍ଷରେ ପାଳନକରିବା ସହ ଜନତାଙ୍କ ମନ ଜିଣି ପ୍ରଶଂସା ସାଉଁଟୁଛନ୍ତି ମନ୍ତ୍ରୀ ଅରୁଣ ସାହୁ ।

Leave A Reply

Your email address will not be published.