ପାର୍ସଲ ବୋମା ପରେ ନିଦ ହଜାଇଛି ପାର୍ସଲ ନାଗ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପାଟଣାଗଡ଼ ପାର୍ସଲ ବୋମା ପରେ ପାର୍ସଲ ପେଟିରୁ ବାହାରିଲା ନାଗ । ଏଭଳି ଏକ ଘଟଣା ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରର ୱାର୍ଡ଼ ନମ୍ବର ୫ରେ ଘଟିଥିବା ସୂଚନା ମିଳିଛି । ପାର୍ସଲରୁ ନଗ ବହାରିବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ତେବେ କିଏ ଓ କେଉଁ କାରଣରୁ ଏପରି କରିଛି ତାହା ଜଣାପଡି ନାହିଁ ।

ସୂଚନା ଅନୁଯାୟୀ, ରାଇରଙ୍ଗପୁରସ୍ଥିତ ମୁଥକୁମାର ନାମକ ଜଣେ ବ୍ୟକ୍ତିଙ୍କ ପାଖକୁ ଏକ ପାର୍ସଲ ଆସି ପହଞ୍ଚିଥିଲା । ଏହି ପାର୍ସଲକୁ ଖୋଲିବା ପରେ ମୁଥକୁମାରଙ୍କ ହୋସ ଉଡିଯାଇଥିଲା । ଏହି ପାର୍ସଲ ଭିତରେ ଥିଲା ୬ଫୁଟ ଲମ୍ବା ନାଗସାପ । ଏହାକୁ ଦେଖି ସେ ଭୟବିତ ହୋଇପଡିଥିଲେ । ଏହି ପାର୍ସଲଟି ଅଗ୍ରୱାଲ ପ୍ୟାକର୍ସ ଆଣ୍ଡ ମୁଭର୍ସ ନାମକ ଏକ କୋରିଅରରୁ ଆସିଥିଲା । ମୁଥକୁମାର ତୁରନ୍ତ ରାଇରଙ୍ଗପୁର ରେଞ୍ଜର ଅଶୋକ ଦାସଙ୍କୁ ଏସମ୍ୱନ୍ଧରେ ସୂଚନା ଦେଇଥିଲେ । ଏହାପରେ ଦୁଇଜଣ ଫରେଷ୍ଟ ଗାର୍ଡ଼ ମୁଥକୁମାରଙ୍କ ବାସଭବନ କୁ ଆସି ନଗକୁ ଉଦ୍ଧାର କରିବା ସହ ନିକଟସ୍ଥ କୁଚେଇବୁଢୀ ସଂରକ୍ଷିତ ଜଙ୍ଗଲରେ ଚଡ଼ିଦେଇଥିଲେ ।

Leave A Reply

Your email address will not be published.