‘ ମୋ ବସ ‘ ଭଡାକୁ ନେଇ ଯାତ୍ରୀ ଅସନ୍ତୁଷ୍ଟ

0 493

ଓଡ଼ିଶା ଫାଷ୍ଟ(ବ୍ୟୁର: ସ୍ମାର୍ଟସିଟି ଭୁବନେଶ୍ୱରରେ ବିଡିଏ ତରଫରୁ ଲୋକମାନଙ୍କ ପାଇଁ ପୁରୁଷ ବିଶ୍ୱକପ ହକି ପୂର୍ବରୁ ଆରମ୍ଭ କରାଯାଇ ଥିବା ‘ମୋ ବସ’ ରେ ନିଆ ଯାଉଥିବା ଅହେତୁକ ଭଡା କୁ ନେଇ ସାଧାରଣରେ ଅସନ୍ତୋଷ ସୃଷ୍ଟି ହେବା ସହ କଟକ ଓ ଭୁବନେଶ୍ୱର ବାସୀଙ୍କ ପାଇଁ ଏହା ଏକ ଚର୍ଚ୍ଚାର ଵିଷୟ ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ ସ୍ମାର୍ଟ ସିଟି ଭୁବନେଶ୍ୱର ରେ କିଛିଦିନ ତଳେ ବିଶ୍ୱକପ ହକି ପୂର୍ବରୁ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭୁବନେଶ୍ୱର ବାସୀଙ୍କ ପାଇଁ ‘ମୋ ବସ’ ସେବା ଆରମ୍ଭ କରିଥିଲେ । ଏହା ପରବର୍ତ୍ତୀ ଅବସ୍ଥାରେ ଏହାକୁ କଟକ କୁ ସମ୍ପ୍ରସାରିତହୋଇଥିଲା । ଏହି ବସ ସେବା ଆରମ୍ଭ ହେବା ପରେ ସାଧାରଣ ଯାତ୍ରୀଟିଏ ଭୁବନେଶ୍ୱର ରସୁଲଗଡ଼ରୁ କଟକ ଲିଙ୍କ ରୋଡକୁ ଯିବା ପାଇଁ ‘ମୋ ବସ’ ରେ ଭଡା ବାବଦକୁ ଜଣ ପିଛା ୪୭ ଟଙ୍କା ଦେବାକୁ ପଡୁଛି । ଯେଉଁଠି ସାଧାରଣରେ ଯାତ୍ରୀଟି ଅନ୍ୟ ବସ ରେ ଗଲେ ଅତିବେସିରେ ୨୫ ଟଙ୍କା ଦେଇଥାଏ । ପରିବହନ ବିଭାଗ ଅନୁସାରେ ଏସି ବସ ରେ କିଲୋମିଟର୧ଟଙ୍କା ୧୯ପଇସା ଥିବା ବେଳେ ଭୁବନେଶ୍ୱର ରସୁଲଗଡ଼ ରୁ କଟକ ଲିଂକ ରୋଡର ଦୂରତ୍ୱ ପ୍ରାଏ ୨୦ ରୁ ୨୨କିଲୋମିଟର ହେବ । ଏଠି ସାଧାରଣରେ ପ୍ରଶ୍ନ ଉଠୁଛିଯେ ଏହି ଏହି ଅହେତୁକ ଭଡା ନେଇ ବିଡିଏ କର୍ତ୍ତୃପକ୍ଷ କିମ୍ୱା ପରିବହନ ବିଭାଗ ଅବଗତ କି ନାହିଁ ତାହା ଏକ ପ୍ରଶ୍ନ ହୋଇ ଠିଆ ହୋଇଛି । ଏହି ଅହେତୁକ ଭଡା ମୋ ବସ ସେବାକୁ ଆଗକୁ ପ୍ରୋତ୍ସାହିତ କରିବ ନା ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯିବ ଏହା ସାଧାରଣ ରେ ଚର୍ଚ୍ଚାର ବିଷୟ ହୋଇଛି ।

Leave A Reply

Your email address will not be published.