କ୍ୟାପିଟାଲ ହସ୍ପିଟାଲରେ ମହାରଥୀ ଭର୍ତ୍ତି

0 3,085

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅସୁସ୍ଥତା କାରଣରୁ ମହାରଥୀଙ୍କୁ ଆଜି ରାତିରେ କ୍ୟାପିଟାଲ ହସ୍ପିଟାଲର ୫ନମ୍ବର ସ୍ପେଶାଲ କେବିନରେ ଭର୍ତ୍ତି କରାଯାଇଛି । ମହାରଥୀଙ୍କୁ ଆଜି ସନ୍ଧ୍ୟାରେ ଝାରପଡା ଜେଲକୁ ପଠାଯାଇଥିଲା ।

ସୂଚନା ଅନୁଯାୟୀ, ଗତକାଲି ରାତିରେ ଫ୍ଲାଇଂ ସ୍କ୍ୱାର୍ଡକୁ ଆକ୍ରମଣ ଘଟଣାରେ ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ସମ୍ପୃକ୍ତି ଥିବା ଜଣାପଡିବା ପରେ ତାଙ୍କୁ ପିପିଲି ପୋଲିିସ ଗିରଫ କରିଥିଲା । ମହାରଥୀଙ୍କୁ ଜେଏମଏଫସି କୋର୍ଟରେ ହାଜର କରାଯିବା ପରେ କୋର୍ଟ ପରିସରରେ ସେ ବେହୋସ ହୋଇଯାଇଥିଲେ । ମହାରଥୀ ଅସୁସ୍ଥ ହେବାରୁ ଭୁବନେଶ୍ୱର ସ୍ପେଶାଲ କୋର୍ଟରେ ତାଙ୍କୁ ହାଜିର କରାଯାଇଥିଲା । ସେଠାରେ ମହାରଥୀଙ୍କ ଜାମିନ ଖାରଜ ହୋଇଯିବାରୁ ତାଙ୍କୁ ଝାରପଡା ଜେଲକୁ ପଠାଇ ଦିଆଯାଇଛି । ଏହି ଘଟଣାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୪ ତାରିଖରେ ହେବ ।

Leave A Reply

Your email address will not be published.