ଛାତ୍ର କଂଗ୍ରେସ ପକ୍ଷରୁ ନବୀନ ନିବାସ ଘେରାଉ ଉଦ୍ୟମ, ଧସ୍ତାଧସ୍ତି ବେଳେ ପୋଲିସକୁ ଅଣ୍ଡା ମାଡ଼

0 827




ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗୋଲଡେନ ବାବାଙ୍କ ସହ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା ଓ ଛାତ୍ର ବିଜେଡି ସଭାପତି ଚିନ୍ମୟ ସାହୁଙ୍କ ଫଟୋ ଭାଇରାଲ ହେବା ପରେ ବିଜେଡିର ଆପରାଧିକ ଲିଙ୍କକୁ ମୁଖ୍ୟ ପ୍ରସଙ୍ଗ କରିଛି କଂଗ୍ରେସ । ଗୋଟିଏ ମଞ୍ଚରେ ଏକାଠି ଗୋଲଡେନ ବାବା ଓ ମେୟର କମ୍ବଳ ବାଣ୍ଟୁଥିବା ଫଟୋରୁ ଉଭୟେ କେତେ ଅନ୍ତରଙ୍ଗ ଥିଲେ ତାହା ଜଣାପଡ଼ିୁଛି ବୋଲି ଛାତ୍ର କଂଗ୍ରେସ କହିଛି । ଏହି ପରିପ୍ରେକ୍ଷୀରେ ମେୟର ଅନନ୍ତ ଜେନା ଓ ଚିନ୍ମୟଙ୍କୁ ଗିରଫ କରିବା ଦାବିରେ ଛାତ୍ର କଂଗ୍ରେସ ପକ୍ଷରୁ ଶୁକ୍ରବାର ନବୀନ ନିବାସ ଘେରାଉ ଉଦ୍ୟମ ହୋଇଥିଲା । ଛାତ୍ର କଂଗ୍ରେସର ପୂର୍ବତନ ସଭାପତି ଇତିଶ ପ୍ରଧାନଙ୍କ ନେତୃତ୍ୱରେ ବିକ୍ଷୋଭକାରୀମାନେ କଂଗ୍ରେସ ଭବନରୁ ଶୋଭାଯାତ୍ରାରେ ବାହାରି ନବୀନ ନିବାସ ଯାତ୍ରା କରିଥିଲେ । ଶିଶୁଭବନ ଛକରେ ପୋଲିସ ସେମାନଙ୍କୁ ଅଟକାଇବା ଯୋଗୁଁ ପୋଲିସ-ବିକ୍ଷୋଭକାରୀଙ୍କ ମଧ୍ୟରେ ଧସ୍ତଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ବିକ୍ଷୋଭକାରୀମାନେ ପୋଲିସ ଉପରକୁ ଅଣ୍ଡା ଓ ଟମାଟୋ ମାଡ଼ କରିଥିଲେ । ବିଶେଷକରି ଭୁବନେଶ୍ୱର ଡିସିପି ଅନୁପ କୁମାର ସାହୁଙ୍କୁ ଛାତ୍ର କଂଗ୍ରେସ ପକ୍ଷରୁ ଅଣ୍ଡାମାଡ଼ କରାଯାଇଥିବା ଜଣାପଡ଼ିଛି । ପୋଲିସ ବିକ୍ଷୋଭକାରୀମାନଙ୍କୁ ଗିରଫ କରି ନେଇଛି ।

Leave A Reply

Your email address will not be published.