ଗୃହମନ୍ତ୍ରୀ ଦାୟିତ୍ୱ ଗ୍ରହଣ କଲେ ଶାହା, ବୈଠକ ପାଇଁ ପ୍ରସ୍ତୁତି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୋଦି ମନ୍ତ୍ରିମଣ୍ଡଳର ଗତକାଲି ବିଭାଗ ବଣ୍ଟନ ପରେ ଆଜି ବିଜେପିର ବରିଷ୍ଠ ନେତା ଅମିତ ଶାହା ବିଧିବଦ୍ଧ ଭାବେ ଗୃହମନ୍ତ୍ରୀ ଦାୟିତ୍ୱ ଗ୍ରହଣ କଲେ । ଶାହା ନିଜର ଦାୟିତ୍ବ ଗ୍ରହଣ ପରେ ଏକ ବୈଠକ ଡାକିଥିବା ସୂଚନା ମିଳିଛି । ଏହିବୈଠକରେ ଗୃହ ମନ୍ତ୍ରାଳୟର ଅଧିକାରୀମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସମଗ୍ର ଦେଶରେ ଏଥର ନିର୍ବାଚନରେ ମୋଦି ବିରୋଧୀ ନାରକୁ ମୋଦି ସପକ୍ଷରେ କରି ୩୫୦ରୁ ଅଧିକ ସିଟ ଅଧିକାର କରିବାରେ ଅମିତ ଶାହାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବାରୁ ତାଙ୍କୁ ପୁରସ୍କାର ସ୍ୱରୂପ ଦେଶର ଗୃହ ବିଭାଗ ଦାୟିତ୍ବ ଦିଆଯାଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

ସୂଚନା ଅନୁଯାୟୀ, ମୋଦିଙ୍କ ପ୍ରଥମ ପାଳି ମନ୍ତ୍ରୀ ମଣ୍ଡଳରେ ଗୃହ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଅଭିଜ୍ଞ ବିଜେପିର ବରିଷ୍ଠ ନେତା ରାଜନାଥ ସିଂହଙ୍କୁ ଦିଆଯାଇଥିଲା । ମାତ୍ର ମୋଦିଙ୍କ ଦ୍ଵିତୀୟ ପାଳି ମନ୍ତ୍ରୀ ମଣ୍ଡଳରେ ଏହି ଦାୟିତ୍ୱ ରାଜନାଥ ସିଂହ ବଦଳରେ ପ୍ରଥମ ଥର ପାଇଁ କେନ୍ଦ୍ରମନ୍ତ୍ରୀ ହୋଇଥିବା ଶାହାଙ୍କୁ ପ୍ରଦାନ କରାଯାଇଛି । ବିଜେପି ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ଭାନୀଙ୍କ ଗାନ୍ଧୀନଗର ଲୋକସଭା ସିଟରୁ ଏଥର ନିର୍ବାଚିତ ହୋଇଛନ୍ତି ଅମିତ ଶାହା ।

Leave A Reply

Your email address will not be published.