ସେକ୍ସ ରାକେଟ ଠାବ, ଦୁଇ ଦଲାଲଙ୍କ ସହ ୫ ଗିରଫ, ଅନେକ ଆପତ୍ତିଜନକ ସାମଗ୍ରୀ ଜବତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଯାଜପୁର ଜିଲ୍ଲାର ଜାରକା ଅଞ୍ଚଳର ଏକ ଘରୁ ପୋଲିସ ସେକ୍ସ ରାକେଟ ଠାବ କରିଛି । ଜଣେ ରାଣୀ ମହୁମାଛି ଏହି ଘର ଭଡା ନେଇ ଏହି ସେକ୍ସ ରାକେଟ ଚଳାଇଥିବା ପୋଲିସ ଜାଣିବା ପରେ ଏଠାରେ ଛପା ମାରିଥିଲା । ସେଠାରୁ ପୋଲିସ ଜଣେ ରାଣୀ ମହୁମାଛି ଓ ଜଣେ ଦେହଜୀବୀଙ୍କୁ ଉଦ୍ଧାର କରିବା ସହ ୨ଜଣ ଦଲାଲ ରବିନ୍ଦ୍ର ସାହୁ ଓ ବଳରାମ ସାହୁ ଓ ୩ଜଣ ଗ୍ରାହକ ମହେନ୍ଦ୍ର ମଲ୍ଲିକ, ସୌମ୍ୟଶ୍ରୀ ଜେନା ଓ ଲିପୁ ମଲିକଙ୍କୁ ଗିରଫ କରିଛି ପୋଲିସ ।

ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲାର ଜାରକା ଅଞ୍ଚଳରେ ଏକ ଘର ଭଡାନେଇ ଜଣେ ରାଣୀ ମହୁମାଛି ସେକ୍ସ ରାକେଟ ଚଳାଉଥିବା ଅଭିଯୋଗକୁ ଭିତ୍ତି କରି ପୋଲିସ ଉକ୍ତ ଘରେ ଚଢ଼ାଉ କରିଥିଲା । ସେଠାରୁ ପୋଲିସ ୨ଜଣ ଦଲାଲ ଓ ୩ଜଣ ଗ୍ରାହକଙ୍କୁ ଗିରଫ କରିବା ସହ ଗୋଟିଏ କାର, ୩ଟି ବାଇକ, ୭ଟି ମୋବାଇଲ ଜବତ କରିଛି । ଏହା ସହ ଅନେକ ଆପତ୍ତି ଜନକ ସାମଗ୍ରୀ ମଧ୍ୟ ପୋଲିସ ହସ୍ତଗତ ହୋଇଛି । ତେବେ ପୋଲିସ ଏହି ଘଟଣାର ଅଧିକ ତଦନ୍ତ ଚଳାଇଛି ।

Leave A Reply

Your email address will not be published.