ସେଲ୍ଟେର ହୋମ ପାଲଟିଛି ଯୌନ ନିର୍ଯାତନା ସ୍ଥଳ

0 632
BJD Ad Post

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିହାର ର ମୁଜାଫରପୁର ର ସେଲଟର ହୋମ ର ଯୌନ ନିର୍ଯାତନା ଘଟଣା ସାରା ଦେଶରେ ଚହଳ ସୃଷ୍ଟି କରି ସୁପ୍ରିମକୋର୍ଟ ନିର୍ଦ୍ଦେଶ ରେ ସିବିଆଇ ତଦନ୍ତ ଚାଲିଥିବା ବେଳେ ଓଡ଼ିଶାର ଢେଙ୍କାନାଳ ଜିଲ୍ଲାର ଏକ ସେଲ୍ଟେର ହୋମ ରେ ଝିଅ ମାନଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ସେଲ୍ଟେର ହୋମ ର ଇନଚାର୍ଜ ଙ୍କୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲାର ବେଲଟିକିରି ଠାରେ ଏକ ବେଆଇନ ସେଲ୍ଟେର ହୋମ ଗଢୀଉଠିଥିଲା ।ଏହି ସେଲ୍ଟେର ହୋମରେ ଝିଅ ମାନଙ୍କୁ ଯୌନ ନିର୍ଯାତନା ଅଭିଯୋଗ ହେବାପରେ ଢେ଼ଙ୍କାନାଳ ସଦର ଥାନା ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି । ଢେଙ୍କାନାଳ ଶିଶୁ ସୁରକ୍ଷା ଅଧିକାରୀଙ୍କ ଏତଲା କ୍ରମେ ସଦର ଥାନା ଏକ ମାମଲା ରୁଜୁ କରି ସେଲ୍ଟେର ହୋମ ର ଇନଚାର୍ଜ ସୀମାଞ୍ଚଳ ନାୟକକୁ ଗିରଫ କରିଥିବା ବେଳେ ଏହାର ଏମ.ଡ଼ି ଫାୟାଜ ରେହେମାନକୁ ପୋଲିସ ଖୋଜୁଛି । ଏଠାରେ ସୂଚନାଯୋଗ୍ୟ ଯେ ଏହି ବେଆଇନ ସେଲ୍ଟେର ହୋମଟି ପୂର୍ବରୁ ସହର ମଧ୍ୟରେ ଥିଲା । କିନ୍ତୁ ଅଭିଯୋଗ ଆସିବା ପରେ ଏହା ପୁଣି ନୂତନ ଭାବେ ଢେଙ୍କାନାଳ ସହର ବାହାରକୁ ବେଲଟିକିରି ଠାରେ ନୂତନ ଭାବେ ଗଢିଉଠି ଥିବାବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହା ଉପରେ ଦୃଷ୍ଟି ନଦେବା, ଜିଲ୍ଲା ପ୍ରଶାସନର ଅପାରଗତା କୁ ଦର୍ଶାଉଛି ବୋଲି ସାଧାରଣ ରେ ଚର୍ଚ୍ଚା ଚାଲିଛି ।

BJp Ad Post

Leave A Reply

Your email address will not be published.