କୃଷକ ସମାବେଶ ପୂର୍ବରୁ କୃଷିମନ୍ତ୍ରୀଙ୍କ ଇସ୍ତଫା

0 449

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କୃଷକ ସମାବେଶ ପୂର୍ବରୁ କୃଷିମନ୍ତ୍ରୀ ଙ୍କ ଇସ୍ତଫା । ରାତିପାହିଲେ ଦିଲ୍ଲୀରେ ବିଜେଡି କରିବାକୁ ଯାଉଛି କୃଷକ ସମାବେଶ । ଏଥିପାଇଁ ଶନିବାର ଠାରୁ ବିଜେଡି ଦଳର କୃଷକ କର୍ମକାର୍ତ୍ତା ସଜବାଜ ହୋଇ ବାହାରି ଗଲେଣି । ମୁଖ୍ୟମନ୍ତ୍ରୀ ସମସ୍ତ ମନ୍ତ୍ରୀ ଓ ବିଧାୟକଙ୍କୁ ଧରି ବିଧାନସଭାର ଗାନ୍ଧୀ ମୂର୍ତ୍ତି ତଳେ ପୁଷ୍ପମାଲ୍ୟ ଅର୍ପଣ କରିସାରିଲେଣି । ହେଲେ ସେଠାରେ ଦେଖା ମିଳିନଥିଲା କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କର । ଏହାର କାରଣ ଏବେ ରବିବାର ମଧ୍ୟାହ୍ନରେ ସ୍ପଷ୍ଟ ହୋଇଯାଇଛି । ପ୍ରଦୀପ ମହାରଥୀ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ କୃଷକଙ୍କ ପାଇଁ ହେବାକୁ ଥିବା ଧାରଣା ପୂର୍ବରୁ ଏଭଳି ପଦକ୍ଷେପ ନେଇ ବିରୋଧୀଙ୍କ ମୁହଁ ଚୁପ କରିଦେଇଛନ୍ତି । ଯାହାକି ବିରୋଧୀଙ୍କ ପାଟି ଖଟା କରିଦେଇଛି ।

ସୂଚନା ଅନୁଯାୟୀ, ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ପ୍ରମାଣ ଅଭାବରୁ ଦୁଇ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହେବା ପରେ ପିପିଲି ପୀଡିତାଙ୍କୁ ନ୍ୟାୟ ମିଳିଲା ବୋଲି କହି ବିବାଦ ଘେରକୁ ଟାଣି ହୋଇଯାଇଥିଲେ ମହାରଥୀ । ଏହି ବୟାନକୁ ମହିଳା କଂଗ୍ରେସ ଓ ବିଜେପି ମହିଳା ମୋର୍ଚ୍ଚା ଘୋର ବିରୋଧ କରି ନବୀଙ୍କ ଉପରେ କୃଷି ମନ୍ତ୍ରୀଙ୍କ ଇସ୍ତଫା ପାଇଁ ଚାପ ପକାଇଥିଲେ । ଏପରିକି ମହିଳା କଂଗ୍ରେସ ପ୍ରଦୀପ ମହାରଥୀଙ୍କ ବାସଭବନକୁ ଟମାଟୋ ଓ ଅଣ୍ଡାମାଡ କରିଥିଲେ । ତେଣୁ କୃଷକଙ୍କ ପାଇଁ ହେବାକୁ ଥିବା ଧାରଣା ପୂର୍ବରୁ ପ୍ରଦୀପ ମହାରଥୀଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ବୋଲି ଶାସକ ଦଳ ନେତାଙ୍କ ମହଲରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.