କୃଷକଙ୍କ ପାଇଁ ଦିଲ୍ଲୀରେ ଧାରଣା ରେ ବସିବେ ନବୀନ, ଚାଲିଛି ଜୋରଦାର ପ୍ରସ୍ତୁତି

0 526

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ୮ ତାରିଖରେ ଚାଷୀ ପ୍ରସଙ୍ଗରେ ବିଜେଡି ଦିଲ୍ଲୀରେ ଦେବ ଧାରଣା । ଦିଲ୍ଲୀର ତାଲକୋଟରା ଷ୍ଟାଡିମୟରେ ହେବାକୁ ଥିବା ଏହି ଧାରଣା ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଉପସ୍ଥିତ ରହିବେ । ଦିଲ୍ଲୀରେ ଆୟୋଜିତ ବିଜେଡି ସାମ୍ବାଦିକ ସମ୍ମିଳନୀରେ ଆଜି ଏହି ସମ୍ୱନ୍ଧରେ ସୂଚନା ଦେଇଛନ୍ତି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବାକୁ ଏହି ଧାରଣା ଦିଆଯିବା କାର୍ଯ୍ୟକ୍ରମ ରହିଛି ।

ସୂଚନା ଅନୁଯାୟୀ, ଅନେକ ଦିନ ହେଲା ବିଜେଡି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯ ଶହ ୩୦ ଟଙ୍କା କରିବାକୁ କେନ୍ଦ୍ରସରକାର ନିକଟରେ ଦାବି କରି ଆସୁଛି । ମାତ୍ର ଏହି ଦାବିକୁ କେନ୍ଦ୍ରସରକାର ଅଣଦେଖା କରି ଆସୁଛନ୍ତି । ତେଣୁ ବିଜେଡି ଦଳ ଆସନ୍ତା ୮ ତାରିଖ ରେ ଦିଲ୍ଲୀରେ କୃଷକଙ୍କ ପାଇଁ ଧାରଣାରେ ବସିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସମସ୍ତ ସାଂସଦ, ବିଧାୟକ ଓ ନେତା ଏହି ଧାରଣା ରେ ଯୋଗଦାନ କରିବେ । ପୁରାଦିନ ଏହି ଧାରଣା ପରେ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ସହ ବିଜେଡି ପ୍ରତିନିଧି ଦଳ ରାଷ୍ଟ୍ରପତିଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିବେ ।

Leave A Reply

Your email address will not be published.