କଂଗ୍ରେସ କ୍ଷମତା କୁ ଆସିଲେ ରାଜ୍ୟର ଉର୍ଣ୍ଣତ୍ତି ରେ ବିନିଯୋଗ କରିବା ୩୩% ଖଣିଜ ସମ୍ପଦ

0 646

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରଦେଶ କଂଗ୍ରେସ ସଭାପତି ଙ୍କ ଅଧ୍ୟକ୍ଷତାରେ ଗତକାଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ପିସିସି ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକ କହିଛନ୍ତି ମହିଳାଙ୍କୁ ରାଜନୈତିକ ସମାନତା ଦେବାପାଇଁ ବିଜେଡ଼ି ସାରା ଦେଶରେ ପ୍ରୟାସ ଜାରି ରଖିଥିବା ବେଳେ ରାଜ୍ୟରେ ମହଜୁଦ ଥିବା ଖଣିଜ ସମ୍ପଦର ସୁବିନିଯୋଗ କଥା କାହିଁକି ଭୁଲି ଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଆଗାମୀ ନିର୍ବାଚନ ରେ ରାଜ୍ୟରେ ଯଦି କଂଗ୍ରେସ ସରକାର ଗଢେ ତେବେ ରାଜ୍ୟରେ ଉତ୍ପାଦିତ ହୋଇ ବାହାର ରାଜ୍ୟର ବିଶୋଧନାଗାର କୁ ପଠାଯାଉଥିବା ଇସ୍ପାତ, ଆଲୁମିନିୟମର ଅତିକମରେ ୩୩ଶତକଡା ରାଜ୍ୟର ବିଭିନ୍ନ ଉତ୍ପାଦ ତିଆରିରେ ଲଗାଯାଇ ଏହାର ସଠିକ ବିନିଯୋଗ କରାଯିବ । ଏହାସହ ଶିଳ୍ପ ପ୍ରତିଷ୍ଠା ପାଇଁ କଂଗ୍ରେସ ସ୍ୱତନ୍ତ୍ର ନୀତି ଆଣିବ ବୋଲି ମଧ୍ୟ କହିଛନ୍ତି ।

ଶ୍ରୀ ପଟ୍ଟନାୟକ ଆହୁରି ମଧ୍ୟ କହିଛନ୍ତି କି କେବଳ କୃଷି ଋଣ ଛାଡ କଲେ ଚାଷୀର ସମସ୍ୟା ଦୂର ହେବନାହିଁ । କାରଣ ରାଜ୍ୟ ସରକାର ପୂର୍ବରୁ ୨ଥର ଋଣ ଛାଡ କରିଥିଲେ । ମାତ୍ର ଏହାର କୌଣସି ସୁଫଳ ମିଳିନାହିଁ । ତେଣୁ ଚାଷୀ ଙ୍କ ସମସ୍ୟା କୁ ବୁଝି ତାହାକୁ ସମାଧାନ କଲେ ସେମାନେ ଉପକୃତ ହେବେ । ଯେଉଁପରି ଛତିଶଗଡ଼ ସରକାର କୃଷି ଋଣ ଛାଡ କରିବା ସହ ଧନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକରି ୨୯୩୦ଟଙ୍କା କଲେ ସେହିପରି ପଦକ୍ଷପ ବର୍ତ୍ତମାନ ର ବିଜେଡି ସରକାର ନେବାର ଆବଶ୍ୟକତା ରହିଛି । ରାଜ୍ୟରେ କଂଗ୍ରେସ କ୍ଷମତାକୁ ଆସିଲେ ଚାଷୀଙ୍କ ଋଣ ଛାଡ କରିବା ସହ ଚାଷୀଙ୍କ ଆର୍ଥିକ ସ୍ଥିତି କୁ ସ୍ୱଚ୍ଛଳ କରିବାପାଇଁ ଲଗାତାର ଭାବେ ୫ବର୍ଷ ପର୍ଯ୍ୟନ୍ତ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ସହ ସୌର ପମ୍ପ ମଧ୍ୟ ଯୋଗାଇଦେବା ବ୍ୟବସ୍ଥା କରିବ । ସେହିପରି ଚାଷ ର ଉର୍ଣ୍ଣତ୍ତିକରଣ ପାଇଁ ପ୍ରତେକ ଗାଁ ର ମାଟି ପରୀକ୍ଷା ବ୍ୟବସ୍ଥା ହେବ ।

Leave A Reply

Your email address will not be published.