ରେଲୱେ ର ନୂଆ ପ୍ରୟାସ, ଟ୍ରେନରେ ଯାତ୍ରା ସମୟରେ ଆଉ ଲାଗିବନି ଝଟକା

0 331

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଟ୍ରେନରେ ଯାତ୍ରା ସମୟରେ ଆଉ ଲାଗିବନି ଝଟକା । ରାଜଧାନୀ ଏକ୍ସପ୍ରେସ ଭଳି ଏଲ.ଏଚ.ବି. କୋଚ ଥିବା ଟ୍ରେନ ମାନଙ୍କରେ ଯାତ୍ରା କରୁଥିବା ସମୟରେ ସାମାନ୍ୟ ଝଟକା ଯାତ୍ରୀ ଅନୁଭବ କରୁଥିବା ଏକ ରେଲୱେ ସର୍ଭେ ରେ ସାମ୍ନାକୁ ଆସିଥିଲା । ଯାତ୍ରୀଙ୍କ ଆରାମଦାୟକତା କୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ର ଏକ ବିଶେଷଜ୍ଞ ଦଳ ଗଠନ କରି ଏହି ଝଟକା କୁ ରୋକିବାପାଇଁ ବିଶେଷ ପଦକ୍ଷପ ହାତକୁନେଇଛି । ବିଶେଷଜ୍ଞ ଦଳ ଦୁଇଟି କୋଚ୍ କୁ ଯୋଡ଼ୁଥିବା ଐକିକ ପ୍ଲେଟ କିମ୍ବା ଭାସମାନ ପ୍ଲେଟ ଥିବା ବୋଫର ବଦଳରେ ଏକ ସୁସନ୍ତୁଳିତ ବୋଫର ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଥିଲେ ।

ଭୁବନେଶ୍ୱର ର ରେଳବାଇ କୋଚିଂ ଡିପୋ ଐକିକ ପ୍ଲେଟ ବା ଭାସମାନ ପ୍ଲେଟ ଥିବା ବୋଫର ବଦଳରେ ନୂତନ ଡିଜାଇନର ସୁସନ୍ତୁଳିତ ବୋଫର ର ସମୁଦାୟ ୯୩ ସେଟରୁ ୪୨ଟି କୋଚରେ ୮୪ସେଟ ଭୁବନେଶ୍ୱର ଠାରୁ ଯାଉଥିବା ବା ଭୁବନେଶ୍ୱରକୁ ଆସୁଥିବା ସମସ୍ତ ରାଜଧାନୀ ଏକ୍ସପ୍ରେସ ଟ୍ରେନ ରେ ସଂଯୋଗ କରାଯାଇଛି ଯାହାଦ୍ୱାରା ଯାତ୍ରୀମାନେ ଆଉ ଜର୍କ ଅନୁଭବ କରିବେ ନାହିଁ ।

ଭାରତୀୟ ରେଳବାଇରେ ବର୍ତ୍ତମାନ ଏକ କ୍ରାନ୍ତିକାରୀ ପରିବର୍ତ୍ତନ ଘଟୁଥିବାବେଳେ ପୁରୁଣା ଢାଞ୍ଚା କୁ ବଦଳାଯାଇ ନୂତନ ପ୍ରଯୁକ୍ତିବିଦ୍ୟା ର ପ୍ରସାର କରାଯାଉଅଛି । ନୂତନ ଡିଜାଇନର ସୁସନ୍ତୁଳିତ ବୋଫର ଏହା ମଧ୍ୟରୁ ଗୋଟିଏ । ଯାହାକି ଦୁଇଟି କୋଚ୍ କୁ ସଂଯୋଗ କରୁଥିବା ଉପକରଣ । ଏହାର ସଂଯୋଗ ଦ୍ୱାରା ରେଳଯାତ୍ରା ସମୟରେ କମ ଝଟକା ଲାଗିବ ।

Leave A Reply

Your email address will not be published.