ଲାଞ୍ଚ ନେଇ ଜଟଣୀ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଗିରଫ

0 571

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜଟଣୀ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଲଳିତା କପୁରଙ୍କୁ ଭିଜିଲାନ୍ସ ଅଧିକାରୀ ଗିରଫ କରିଛନ୍ତି । ଲଳିତା ଅବସରକାଳୀନ ବକେୟା ଅର୍ଥ ମଞ୍ଜୁର ପାଇଁ ଲାଞ୍ଚ ନେଉଥିବା ସମୟରେ ଧରାପଡ଼ିଛନ୍ତି ।

ସୂଚନା ଅନୁଯାୟୀ, ଭିକ୍ଷାକାରୀ ସାହୁ ଜଟଣୀ ପୌର ପରିଷଦରେ ସର୍ଭେୟର ଭାବେ କାମ କରୁଥିଲେ । ସେ ଗତ ୩ବର୍ଷ ପୂର୍ବରୁ ଅବସର ନେଇଥିଲେ ମଧ୍ୟ ଗ୍ରାଚୁଇଟି ର ୪ ଲକ୍ଷ ଟଙ୍କା ତାଙ୍କୁ ମିଳିନଥିଲା । ତାଙ୍କ ବକେୟା ଟଙ୍କା ପାଇବାକୁ ଭିକ୍ଷାକାରୀ ବାରମ୍ବାର ଅଫିସ କୁ ଦୌଡୁ ଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ତାଙ୍କ ବକେୟା ଟଙ୍କା ପାଇବା ପାଇଁ ଜଟଣୀ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଲଳିତା କପୁର ୫୦୦୦ଟଙ୍କା ମାଗିଥିଲେ । ଏହି ଘଟଣା ସମ୍ୱନ୍ଧରେ ଭିକ୍ଷାକାରୀ ଭିଜିଲାନ୍ସକୁ ଅବଗତ କରାଇଥିଲେ । ପୂର୍ବ ଯୋଜନା ମୁତାବକ ଭିକ୍ଷାକାରୀ ଆଜି ଲଳିତାଙ୍କୁ ୫୦୦୦ ଟଙ୍କା ଦେଉଥିବା ବେଳେ ସାଦା ପୋଷାକରେ ଉପସ୍ଥିତ ଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିଥିଲେ। ଏହାସହ ଅଧିକାରୀମାନେ ତାଙ୍କ ପାଖରୁ ରସାୟନ ବୋଳା ଟଙ୍କା ମଧ୍ୟ ଜବତ କରିଥିଲେ ।

Leave A Reply

Your email address will not be published.