ଓଡ଼ିଶାର ଲୋକସଭା ଆସନ ଜଗିବ ଆର.ଏସ.ଏସ

0 741

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିକଟରେ ହୋଇଥିବା ୫ଟି ରାଜ୍ୟର ସାଧାରଣ ନିର୍ବାଚନରେ ୩ଟି ରାଜ୍ୟରେ ନିଜର ସରକାର ଥାଇ ମଧ୍ୟ ପରାଜୟର ସ୍ୱାଦ ବିଜେପି ଦଳର ମନବଳକୁ ଭାଙ୍ଗି ଦେଇଛି । କେବଳ ସେତିକି ନୁହେଁ ଆର.ଏସ.ଏସ ର ମଧ୍ୟ ବିଜେପି ର ମଙ୍ଗ ଧରିଥିବା ନେତାଙ୍କ ବଡ଼ବଡ଼ କଥା ଉପରେ ଆଉ ଭରସା ପାଉନାହିଁ । ସେଥିପାଇଁ ଆଗକୁ ଥିବା ସାଧାରଣ ନିର୍ବାଚନରେ ବିଜେପିର ସ୍ଥିତି ମଜଭୁତ କରିବାକୁ ଓଡ଼ିଶା, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ କୁ ଟାର୍ଗେଟ କରିଛି ଆର.ଏସ.ଏସ । ତେଣୁ ଓଡ଼ିଶାରେ ଥିବା ୨୧ଟି ଲୋକସଭା ଆସନ ପାଇଁ ୨୧ଟି ପ୍ରଚାରକଙ୍କୁ ଦାୟିତ୍ୱ ଦିଆଯିବାକୁ ସ୍ଥିର କରିଛି ଆର.ଏସ.ଏସ ।

ପୂର୍ବରୁ ମୋଦି ଝାରସୁଗୁଡା ଓ ଓଡ଼ିଶା ର ଅନ୍ୟାନ୍ୟ ସ୍ଥାନରେ କରିଥିବା ସମାବେଶରେ ଯେତେ ଲୋକଙ୍କ ଭିଡ଼ ଜମୁଥିଲା ତାହା ତୁଳନାରେ ଗତକିଛିଦିନ ତଳେ ଖୋର୍ଦ୍ଧା ରେ ହୋଇଥିବା ସମାବେଶରେ ଲୋକଙ୍କ ସଂଖ୍ୟା କମିଥିଲା । ମୋଦିଙ୍କର ରାଜ୍ୟସରକାରଙ୍କ ପ୍ରତିଥିବା ଆକ୍ରାମକ ସ୍ୱଭାବରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ସେ ସିଧାସଳଖ ଭାବରେ ନା ମୁଖ୍ୟମନ୍ତ୍ରୀ ନା ରାଜ୍ୟସରକାର କାହାକୁ ବି ନିଜ ଚତୁରତାପୂର୍ଣ ଭାଷଣରେ ଦୋଷାରୋପ କରିନଥିଲେ । ଯାହାକି ରାଜ୍ୟ ବିଜେପି କର୍ମୀଙ୍କୁ ହତୋଶ୍ଚାହିତ କରିଥିଲା ।

ମାତ୍ର ୧୫ ଦିନ ବ୍ୟବଧାନ ରେ ଆସନ୍ତା କାଲି ବାରିପଦା ରେ ପ୍ରଧାନମନ୍ତ୍ରୀ ପୁଣିଥରେ ସାଧାରଣ ସଭାରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି । ମୋଦିଙ୍କ ସଭା ଓ ଓଡ଼ିଶା ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଧର୍ମେନ୍ଦ୍ରଙ୍କ ପରି କୁହାଳିଆ ନେତାଙ୍କ ଉପରେ ଆଉ ଆର.ଏସ.ଏସ ର ଭରସା ପାଉନି । ତେଣୁ ଆର.ଏସ.ଏସ ସଂଗଠନର ସମ୍ପୂର୍ଣ୍ଣ ଦାୟିତ୍ୱ ନିଜ ହାତକୁ ନେବାକୁ ଲାଗିଛି । ମାନସ ମହାନ୍ତିଙ୍କ ପରେ ବର୍ତ୍ତମାନ ଓଡ଼ିଶାର ୨୧ ଟି ଲୋକସଭା ଆସନ ପାଇଁ ୨୧ଟି ପ୍ରଚାରକଙ୍କୁ ଖୁବଶୀଘ୍ର ଦାୟିତ୍ୱ ଦେବାକୁ ଯାଉଛି । ଅପ୍ରେଲ ମାସକୁ ନିର୍ବାଚନ ମାସ ଭାବେ ପରିଗଣିତ କରି ପ୍ରଚାର କାର୍ଯ୍ୟ ଆରମ୍ଭ କରିବାକୁ ଯୋଜନା ପ୍ରସ୍ତୁତ କରିସାରିଛି ଆର.ଏସ.ଏସ ।

Leave A Reply

Your email address will not be published.