ଦଳ ପାଇଁ ସଂକଳ୍ପବଦ୍ଧ ବବି, ଆଗ୍ରହର ସହ କରୁଛନ୍ତି ଦଳୀୟ କାର୍ଯ୍ୟ

0 514


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସାଧାରଣ ନିର୍ବାଚନ ଆଗକୁ ଥବାରୁ ସମସ୍ତ ନେତା ଓ ମନ୍ତ୍ରୀ ଆସନ ଚିନ୍ତାରେ ନିଜ ନିଜ ଅଞ୍ଚଳର ଉର୍ଣ୍ଣତ୍ତି ପାଇଁ କାର୍ଯ୍ୟ କରିବାରେ ବ୍ୟସ୍ତ ଥିବାବେଳେ ଯାଜପୁରର ଯୁବ ବିଧାୟକ ପ୍ରଣବ ପ୍ରକାଶ ଦାସ ଦଳର ସମସ୍ତ କାର୍ଯ୍ୟକୁ ନିଜସ୍ୱ କାର୍ଯ୍ୟ ଭାବି ଏହାର ଦାୟିତ୍ୱ କୁ ସୁରୁଖୁରୁରେ ତୁଲାଇଥାନ୍ତି । ମୁଖ୍ୟମନ୍ତ୍ରୀ ଙ୍କ ସୁରକ୍ଷା ସହ ପୁରୀରେ ଆଜିର ଏତେ ବଡ ସମାବେଶକୁ ବିନା ବାଧାବିଘ୍ନ ରେ ସମ୍ପନ୍ନ କରିବା ଥିଲା ପ୍ରାଣବଙ୍କ ପାଇଁ ଥିଲା ଏକ ଚ୍ୟାଲେଞ୍ଜ । ପୁରୀ ଜିଲ୍ଲାର ଅନ୍ୟାନ୍ୟ ଅଧିକାରୀଙ୍କ ବ୍ୟତୀତ ପ୍ରଣବ ଶୀତ କୁ ଖାତିର ନକରି ବିଜେଡି ର ଜଣେ ସାଧାରଣ କର୍ମୀଙ୍କ ପରି ମହାସମାବେଶ ସ୍ଥାନରେ ଉପସ୍ଥିତ ରହି ଏହି କାର୍ଯ୍ୟର ତଦାରଖ କରୁଥିବା ଦେଖିବାକୁ ମିଳିଥିଲା । ସେ ସଭାସ୍ଥଳରେ ପହଞ୍ଚି ମୁଖ୍ୟମନ୍ତ୍ରୀ ଙ୍କ ସୁରକ୍ଷା ଦାୟିତ୍ୱ ରେ ଥିବା କର୍ମଚାରୀ ଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । ଏହାପରେ ପ୍ରଣବ ସାଧାରଣ କର୍ମୀ ଓ ଅଫିସର ମାନଙ୍କ ସହ ରାତ୍ରି ଭୋଜନ କରିଥିଲେ । ଏହାକୁ ଦେଖି କର୍ମୀ ଖୁବ ଉତ୍ସାହିତ ହୋଇଥିଲେ । ଏହା ପୂର୍ବରୁ ମଧ୍ୟ ସେ ଅନେକ କାର୍ଯ୍ୟକ୍ରମ ସୁଚାରୁ ରୂପେ ପରିଚାଳନା କରିବାର ଦକ୍ଷତା ପ୍ରମାଣିତ କରିସାରିଛନ୍ତି ଯାହା ମଧ୍ୟରୁ ପୁରୁଷ ବିଶ୍ୱକପ ହକିର ପରିଚାଳନା ଅନ୍ୟତମ । ସବୁଠାରୁ ବଡ କଥାହେଲା ପ୍ରଣବ ଏତେ ଦାୟିତ୍ୱ ତୁଲାଇ ମଧ୍ୟ ନିଜ ବଡୀମା ପ୍ରକାଶ କରିବାକୁ ସମ୍ନାକୁ ଆସନ୍ତି ନାହିଁ । ଯାହାକି ପ୍ରାଣବଙ୍କ ବଡପଣିଆ କୁ ଦର୍ଶାଉଛି ବୋଲି ବିଜେଡି କର୍ମୀଙ୍କ ମହଲରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.