ବିରି ମାଡ଼ ଦେଖି କୋଳଥ…. , ଗଡିବ ଆଉ ଚାରି ମୁଣ୍ଡ !!

0 1,303

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିରି ମାଡ଼ ଦେଖି କୋଳଥ…. । ନବୀନ ପୁଣି ଖେଳିଛନ୍ତି ନିଜ ପୁରୁଣା ଚାଲ । ଜମା କ୍ଷମା ନକରି ନେଇଛନ୍ତି ଶକ୍ତ ଆକ୍ସନ । ଯେଉଁଥିପାଇଁ ୨୦୦୦ ମସିହା ରୁ ନବୀନ ପରିଚିତ ଓ ଚର୍ଚ୍ଚାରେ ରହିଆସିଛନ୍ତି । ଯେବେ ଯେବେ ନବୀନ ଏହିପରି ଆକ୍ସନ ନେଇଛନ୍ତି ସେ ଲୋକଙ୍କ ଭଲପାଇବା ଓ ବିଶ୍ୱାସ ଜିତି ଭୋଟ ସାଉଁଟି ପାରିଛନ୍ତି ।

କିଛି ନେତାଙ୍କ ପାଇଁ ମଳିନ ପଡିଯାଇଥବା ନିଜର ଓ ଦଳର ଭାବମୂର୍ତ୍ତିକୁ ସ୍ୱଚ୍ଛ କରିବାକୁ ନବୀନ ଆରମ୍ଭ କରିଦେଇଛନ୍ତି ଶିରଛେଦନ । ଏହି କାର୍ଯ୍ୟ ଆରମ୍ଭ କରିଛନ୍ତି କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଠାରୁ । ସେହିପରି ଅଭିଯୋଗ ଥିବା ଅନ୍ୟ କିଛି ବଳିଷ୍ଠ ମନ୍ତ୍ରୀ ଙ୍କ ପଦବୀ ଉପରେ ମଧ୍ୟ କଇଁଚି ଚଳାଇବାକୁ ମନସ୍ଥ କରିସାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେମାନେ ହେଲେ ମହେଶ୍ୱର ମହାନ୍ତି, ସୂର୍ଯ୍ୟ ପାତ୍ର, ବଦ୍ରୀ ପାତ୍ର ଓ ଅନନ୍ତ ଦାସ । ଏହା ବଦଳରେ କିଛି ଯୁବ ବିଧାୟକ ଯେ କି ବିନା ସ୍ୱାର୍ଥରେ ନିଷ୍ଠାର ସହ ଦଳିୟ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ସୁଯୋଗ ମିଳିବା ସମ୍ଭାବନା ଅଧିକ ରହିଛି । ଦିଲ୍ଲୀରୁ କୃଷକଙ୍କ ପାଇଁ ଧାରଣା ଦେଇ ମୁଖ୍ୟମନ୍ତ୍ରୀ ଫେରିବାପରେ ଜାନୁଆରୀ ଦ୍ଵିତୀୟ ସପ୍ତାହରୁ ଏହା ଆରମ୍ଭ ହୋଇଯିବ ବୋଲି ବିଜେଡି ଦଳ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି ।

Leave A Reply

Your email address will not be published.