ଆମ ଘରେ ଏଲ୍‌ଇଡି ଯୋଜନାର ଶୁଭାରମ୍ଭ

0 427

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜୁଳି ବିଲ୍‌ ବାବଦ ଖର୍ଚ୍ଚ କମାଇବା ସହ ସ୍କୁଲ କଲେଜ ଛାତ୍ରୀଛାତ୍ରଙ୍କ ପାଠପଢ଼ାରେ ସୁବିଧା ହେବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜିଠୁ ଆରମ୍ଭ ହୋଇଛି ଆମ ଘରେ ଏଲ୍‌ଇଡି ଯୋଜନା । ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ ଖାଦ୍ୟ ସୁରକ୍ଷା ଯୋଜନାର (ରାଶନକାର୍ଡ ପାଇଥିବା) ସମସ୍ତ ହିତାଧିକାରୀଙ୍କୁ ବଲ୍‌ବ ମାଗଣାରେ ଯୋଗାଇ ଦିଆଯିବ । ପ୍ରତି ପରିବାରକୁ ୯ ୱାଟ୍‌ର ୪ଟି ଏଲଇଡି ବଲ୍‌ବ ମାଜଣାରେ ଯୋଗାଇ ଦିଆଯିବ ବୋଲି ଜଣାପଡିଛି । ଆସନ୍ତା ୧୫ ତାରିଖରେ ପିଠା କାର୍ଯ୍ୟକ୍ରମ ଅବସରରେ ସମସ୍ତ ହିତାଧିକାରୀଙ୍କୁ ଏହି ବଲ୍‌ବ ଯୋଗାଇ ଦିଆଯିବାକୁ ସ୍ଥିର କରାଯାଇଛି । ଏହି ଯୋଜନାରେ ରାଜ୍ୟର ୯୫ ଲକ୍ଷ ହିତାଧିକାରୀ ଉପକୃତ ହେବେ । ଏଥିପାଇଁ ରାଜ୍ୟ ସରକାର ମୋଟ ୩ କୋଟି ୮୦ ଲକ୍ଷ ବଲ୍‌ବ କିଣିବେ l op।

Leave A Reply

Your email address will not be published.