ସତ୍ୟପ୍ରକାଶଙ୍କ ଷ୍ଟ୍ରାଟାଜି ଆରମ୍ଭ, ଗଠନ ହେଲା କଂଗ୍ରେସ କମିଟି ର ମିଡ଼ିଆ ଟିମ

0 211

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡ଼ିଶା ପ୍ରଦେଶ କଂଗ୍ରେସ ମିଡ଼ିଆ ସେଲ ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ସତ୍ୟପ୍ରକାଶ ନାୟକଙ୍କ ଅଧ୍ୟକ୍ଷତାରେ ଗତକାଲି ପ୍ରଦେଶ କଂଗ୍ରେସ କମିଟି ର ମିଡ଼ିଆ ଟିମ ଘୋଷଣା କରାଯାଇଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଙ୍କ ତତ୍ୱାବଧାନ ରେ ଏହି ଟିମ ରେ ୭ ଜଣ ବରିଷ୍ଠ ମୁଖପାତ୍ର ଏବଂ ୨୨ ଜଣ ମୁଖପାତ୍ର ଅଛନ୍ତି । ସେହିପରି ପରାମର୍ଶ ଓ ସହଯୋଗ ପାଇଁ ୪ ଜଣ ବରିଷ୍ଠ ନେତାଙ୍କୁ ରଖାଯାଇଥିବା ବେଳେ ମିଡ଼ିଆ ସଂଯୋଜକ ଭାବେ ୫ ଜଣଙ୍କୁ ଦାୟିତ୍ୱ ଦିଆଯାଇଥିବା ଗତକାଲି ପିସିସି ମିଡିଆ ବିଭାଗ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ଏକ ପ୍ରେସ୍ ରିଲିଜରେ କହିଛନ୍ତି ।

ବରିଷ୍ଠ ମୁଖପାତ୍ର ଭାବେ ବିଧାୟକ ତାରାପ୍ରସାଦ ବାହିନୀପତି, ଅଂଶୁମାନ ମହାନ୍ତି , ସୁଚରିତା ମହାନ୍ତି, ଡାକ୍ତର ପ୍ରଫୁଲ୍ଲ ମାଝୀ, ସମରେନ୍ଦ୍ର ମିଶ୍ର, ବିଜୟଲକ୍ଷ୍ମୀ ସାହୁ ଓ ହମିଦ୍ ହୁସେନ୍ ଙ୍କୁ ଦାୟିତ୍ବ ଦିଆ ଯାଇଥିବା ବେଳେ ମୁଖପାତ୍ର ଭାବେ ବିଭୁ ପ୍ରସାଦ ତରାଇ, ଶ୍ରୀମତୀ ସସ୍ମିତା ବେହେରା, ବିନାୟକ ଦାସ ମହାପାତ୍ର, ଅମୀୟ ପାଣ୍ଡବ, ଶ୍ରୀମତୀ ସୋନାଲି ସାହୁ, ମନୋଜ ମହାପାତ୍ର, ନାରାୟଣ ପ୍ରସାଦ ଜେନା, ପଦ୍ମାକର ଗୁରୁ, ଦେବୀ ପୃଷ୍ଟି, ପ୍ରଶାନ୍ତ ଶତପଥୀ, ନିଶିକାନ୍ତ ମିଶ୍ର, ଅର୍ଚ୍ଚନା ନନ୍ଦୀ, ହିମାଂଶୁ ଲେଙ୍କା, ଗୋବିନ୍ଦ ଭୂୟାଁ, ରଜନୀ କୁମାର ମହାନ୍ତି, ସୁଦର୍ଶନ ଦାସ, ବିସ୍ମୟ ମହାପାତ୍ର, ଅମିତ୍ ମହାନ୍ତି, ଅଶୋକ ସାମଲ, ଶୈଳେନ୍ଦ୍ର ମଜୁମଦାର, ନିକୁଞ୍ଜ ପଶାୟତ ଓ ଡ. ସ୍ମୃତିରଂଜନ ଲେଙ୍କା ଙ୍କୁ ନିଯୁକ୍ତି ଦିଆଯାଇଛି ।

ସେହିପରି ମିଡ଼ିଆ ଟିମକୁ ପରାମର୍ଶ ଓ ସହଯୋଗ କରିବା ପାଇଁ ପ୍ରଦେଶ କଂଗ୍ରେସ ଉପସଭାପତି ଅଧ୍ୟାପକ କୈଳାସ ଆଚାର୍ଯ୍ୟ, ଗଣେଶ୍ୱର ବେହେରା, ଡ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଓ ଡ. ଦେବାଶିଷ ପଟ୍ଟନାୟକ ଏବଂ ମିଡିଆ ସଂଯୋଜକ ଭାବେ ବରିଷ୍ଠ ଫଟୋ ସାମ୍ବାଦିକ ଦୀପକ କୁମାର ମହାପାତ୍ର, ପ୍ରଦୀପ ମହାପାତ୍ର, ଓମ୍ ପ୍ରକାଶ ସାହୁ, ମାନସ ମହାପାତ୍ର, ସୂର୍ଯ୍ୟ ନାରାୟଣ ପଣ୍ଡା ଙ୍କୁ ଦାୟିତ୍ୱ ଦିଆଯାଇଥିବା ସତ୍ୟପ୍ରକାଶ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.